Get In Touch

Get Answer To Your Queries

acceptence

ପ୍ରସ୍ତୁତ କରୁଛୁ ଅଲ୍‌‌ଟ୍ରାଟେକ୍ ଡ୍ୟୁରାପ୍ଲସ୍

ଅଲ୍‌‌ଟ୍ରାଟେକ୍ ଡ୍ୟୁରାପ୍ଲସ୍ କଂକ୍ରିଟ୍ ହନିକମ୍ବିଂ, ସିପେଜ୍ ଏବଂ ଫାଟ ଭଳି ସମସ୍ୟାଗୁଡ଼ିକ ସହିତ ଲଢ଼ିବାର ସାମର୍ଥ୍ୟ ସହିତ ଡିଜାଇନ୍ କରାଯାଇଛି, ଯାହା ଢାଞ୍ଚାର ସ୍ଥାୟିତ୍ୱକୁ ସୁରକ୍ଷିତ ରଖିଥାଏ । ଆମର ଅନନ୍ୟ ମିକ୍ସ ଡିଜାଇନ୍ ଉପାଦାନଗୁଡ଼ିକର ଉପଯୁକ୍ତ ମିଶ୍ରଣରେ ପ୍ରସ୍ତୁତ ଯାହା ଦ୍ରୁତ କାର୍ଯ୍ୟାନ୍ୱୟନ, ଉତ୍କୃଷ୍ଟ ଫିନିଶ୍ ଏବଂ ଉତ୍କୃଷ୍ଟ ସ୍ଥାୟିତ୍ୱକୁ ସୁନିଶ୍ଚିତ କରିଥାଏ ।


ଅଲ୍‌‌‌ଟ୍ରାଟେକ୍ ଡ୍ୟୁରାପ୍ଲସ୍ ବାଛନ୍ତୁ ଏବଂ ପୂର୍ଣ୍ଣ ଆତ୍ମବିଶ୍ୱାସର ସହିତ ନିଜର ଗ୍ରାହକମାନଙ୍କୁ ଉତ୍କୃଷ୍ଟ ନିର୍ମାଣ କ୍ୱାଲିଟି ଯୋଗାନ୍ତୁ । ଦୀର୍ଘସ୍ଥାୟୀ ଢାଞ୍ଚା ନିର୍ମାଣ କରନ୍ତୁ ଏବଂ ନିଶ୍ଚିନ୍ତ ରୁହନ୍ତୁ କାହିଁକିନା ଅଲ୍‌‌ଟ୍ରାଟେକ୍ ଡ୍ୟୁରାପ୍ଲସ୍ ସହିତ ଆପଣ ସର୍ବୋତ୍ତମ ସହିତ କାମ କରୁଛନ୍ତି । ସାଧାରଣରେ ସନ୍ତୁଷ୍ଟ କାହିଁକି ହେବେ, ଯେବେ ଆପଣ ଅସାଧାରଣ ଗଢ଼ିପାରିବେ!


ଅଲ୍‌‌ଟ୍ରାଟେକ୍ ଡ୍ୟୁରାପ୍ଲସ୍‌‌ ବ୍ୟବହାର କରିବାର ଲାଭ



ଅଲ୍‌‌ଟ୍ରାଟେକ୍ ଡ୍ୟୁରାପ୍ଲସ୍‌‌ର ବୈଷୟିକ ବିନିର୍ଦ୍ଦିଷ୍ଟତା


ପ୍ରବାହକ୍ଷମତା – ୪୪୦ରୁ ୫୫୦ ମିମି

ଏକ ଭଲ କଂକ୍ରିଟ୍ କୌଣସି ମାନୁଆଲ୍ କିମ୍ବା ଯାନ୍ତ୍ରିକ ପ୍ରୟାସ ବିନା ଅତ୍ୟନ୍ତ ପ୍ରବାହକ୍ଷମ ହୋଇଥାଏ । ଡ୍ୟୁରାପ୍ଲସ୍ ଭଳି ଏକ ଉତ୍ତମ ଏବଂ ଉଚ୍ଚ କାର୍ଯ୍ୟକ୍ଷମ କଂକ୍ରିଟ୍ କେବଳ ଏହାର ଉଚ୍ଚ କାର୍ଯ୍ୟକ୍ଷମତା ଏବଂ ମୁକ୍ତ ପ୍ରବାହ ମାଧ୍ୟମରେ ଅନେକ ସମସ୍ୟାକୁ ହ୍ରାସିତ କରିପାରେ ।

logo

ଜଳ ଭେଦ୍ୟତା < ୧୫ ମିମି

ବ୍ୟବହୃତ ହୋଇଥିବା କଂକ୍ରିଟ୍‌‌ର ଉଚ୍ଚ ଜଳ ଭେଦ୍ୟତା କାରଣରୁ ଜଳ ଭେଦନ ବା ସିପେଜ୍ କଂକ୍ରିଟ୍ ଢାଞ୍ଚାର ରୂପ ଏବଂ ସେବାକାଳକୁ ନଷ୍ଟ କରିଦେଇପାରେ । ଅଲ୍‌‌ଟ୍ରାଟେକ୍ ଡ୍ୟୁରାପ୍ଲସ୍ ୧୫ ମିମିରୁ କମ୍ ଭେଦ୍ୟତାଯୁକ୍ତ ଏକ ଦୀର୍ଘସ୍ଥାୟୀ କଂକ୍ରିଟ୍‌‌ ବିକଶିତ କରିଛି । ଏହା ବିଲ୍‌ଡିଂର ଢାଞ୍ଚାଗତ ସୁଦୃଢ଼ତାକୁ ଜଳ ଭେଦନରୁ ସୁରକ୍ଷା ଯୋଗାଇଥାଏ ।

logo

ଦ୍ରୁତ କ୍ଲୋରାଇଡ୍ ଭେଦ୍ୟତା (ଆରସିପିଟି < ୨୦୦୦ କଲମ୍ବସ୍)

କ୍ଲୋରାଇଡ୍ କଂକ୍ରିଟ୍‌‌କୁ କ୍ଷତି ପହଞ୍ଚାଇପାରେ, ଯାହାଦ୍ୱାରା ଫାଟ, ସ୍ପାଲିଂ ଦେଖାଦେଇଥାଏ ଏବଂ ଧୀରେ ଧୀରେ ଫାଉଣ୍ଡେସନ ଦୁର୍ବଳ ହୋଇଯାଇଥାଏ । କିନ୍ତୁ, ଡ୍ୟୁରାପ୍ଲସ୍‌‌ ଦ୍ରୁତ କ୍ଲୋରାଇଡ୍ ଭେଦ୍ୟତାକୁ ହ୍ରାସ କରିଥାଏ ଏବଂ କାନ୍ଥକୁ ମାତ୍ରାଧିକ କ୍ଷତିରୁ ସୁରକ୍ଷିତ ରଖିଥାଏ ।

logo

ହ୍ରାସିତ ଜଳ ଏବଂ କ୍ଲୋରାଇଡ୍ ଭେଦ୍ୟତା

ପାରମ୍ପରିକ କଂକ୍ରିଟ୍ ବ୍ରାଣ୍ଡଗୁଡ଼ିକର ଜଳ ଏବଂ କ୍ଲୋରାଇଡ୍ ଭେଦ୍ୟତା ଅତ୍ୟନ୍ତ ଉଚ୍ଚ ହୋଇଥାଏ ଯାହା ସିପେଜ୍ ଏବଂ ଜଳ ପ୍ରବେଶ ମାଧ୍ୟମରେ ଢାଞ୍ଚାକୁ କ୍ଷତିଗ୍ରସ୍ତ କରିପାରେ । କିନ୍ତୁ ଅଲ୍‌‌ଟ୍ରାଟେକ୍‌‌ ଡ୍ୟୁରାପ୍ଲସ୍ କଂକ୍ରିଟ୍ ୫୦% ହ୍ରାସିତ ସିପେଜ୍ ଯୋଗାଇଥାଏ ଏବଂ କ୍ଲୋରାଇଡ୍ ଭେଦ୍ୟତା ମଧ୍ୟ ହ୍ରାସିତ ହୋଇଥାଏ ।

logo

ପ୍ଲାଷ୍ଟିକ୍ ସଙ୍କୁଚନଜନିତ ଫାଟ ହ୍ରାସ

ଅଲ୍‌‌ଟ୍ରାଟେକ୍‌‌ର ଡ୍ୟୁରାପ୍ଲସ୍ କଂକ୍ରିଟ୍ ପ୍ଲାଷ୍ଟିକ୍ ସଙ୍କୁଚନଜନିତ ଫାଟକୁ ପ୍ରତିରୋଧ କରିଥାଏ, ଯାହା କଂକ୍ରିଟ୍‌‌କୁ ଭଙ୍ଗୁର କରିବା, ଢାଞ୍ଚାକୁ ଅକାମୀ କରିବା ଏବଂ ତାହାକୁ ଫାଟପ୍ରବଣ କରିବାର କାରଣ ହୋଇଥାଏ । ଡ୍ୟୁରାପ୍ଲସ୍ ଏକ ଦୀର୍ଘସ୍ଥାୟୀ, ଭରସାଯୋଗ୍ୟ ଏବଂ ସହନକ୍ଷମ କଂକ୍ରିଟ୍ ଅଟେ ଯାହା ଆପଣଙ୍କର ସମସ୍ତ ବିଲ୍‌‌ଡିଂ ଆବଶ୍ୟକତା ପାଇଁ ଉପଯୁକ୍ତ ଅଟେ ।

logo



ଅଲ୍‌‌ଟ୍ରାଟେକ୍ ଡ୍ୟୁରାପ୍ଲସ୍‌‌ର ପ୍ରୟୋଗ କ୍ଷେତ୍ରଗୁଡ଼ିକ


ରେସିଡେନ୍ସିଆଲ୍ ବିଲ୍‌‌ଡିଂ ଏବଂ ଘର

ଅଲ୍‌‌ଟ୍ରାଟେକ୍ ଡ୍ୟୁରାପ୍ଲସ୍‌‌ ସହିତ ନିଜ ଘର ପାଇଁ ସର୍ବୋତ୍ତମ ବିକଳ୍ପ ବାଛନ୍ତୁ ଏବଂ ତାହାକୁ ଜଳ ସିପେଜ୍, ଆର୍ଦ୍ରତା ଓ ଫାଟରୁ ସୁରକ୍ଷା ଦିଅନ୍ତୁ ତଥା ନିଜ ଘରର ସ୍ଥାୟିତ୍ୱ ଏବଂ ସେବାକାଳକୁ ଅପେକ୍ଷାକୃତ ବୃଦ୍ଧି କରନ୍ତୁ । ନିବେଶ କରନ୍ତୁ କେବଳ ସର୍ବୋତ୍କୃଷ୍ଟରେ ।

logo

ଫାଉଣ୍ଡେସନ୍, ବିମ୍, କଲମ୍ ଏବଂ ସ୍ଲାବ୍‌‌ସ

ଆପଣଙ୍କ ବିଲ୍ଡିଂର ଢାଞ୍ଚାଗତ ଫାଉଣ୍ଡେସନ, ଅନ୍ୟାନ୍ୟ ଫାଉଣ୍ଡେସନ୍, ବିମ୍, କଲମ୍ ଏବଂ ସ୍ଲାବ୍‌‌ଗୁଡ଼ିକ ପାଇଁ ଆପଣ କେବଳ ସର୍ବୋତ୍କୃଷ୍ଟ ଓ ସବୁଠାରୁ ଦୀର୍ଘସ୍ଥାୟୀ କଂକ୍ରିଟ୍ ଆବଶ୍ୟକ କରନ୍ତି । ଅଲ୍‌‌ଟ୍ରାଟେକ୍ ‌ଡ୍ୟୁରାପ୍ଲସ୍‌‌ ଫାଟ ଓ ସିପେଜ୍‌‌ର ଆଶଙ୍କାକୁ ୫୦% ହ୍ରାସ କରିଥାଏ ଏବଂ ସେବାକାଳକୁ ବୃଦ୍ଧି କରିଥାଏ ।

logo

ବ୍ୟକ୍ତିଗତ ଘର

ପାରମ୍ପରିକ କଂକ୍ରିଟ୍ ବ୍ୟବହାର କରି ଆପଣ କ୍ଷୟକ୍ଷତି ଏବଂ ଏକାଧିକ ମରାମତି, ସିପେଜ୍, ଫାଟ ଏବଂ ଦୁର୍ବଳ ସ୍ଥାୟିତ୍ୱକୁ ନିଜ ଘରକୁ ନିମନ୍ତ୍ରଣ କରୁଛନ୍ତି । କିନ୍ତୁ, ଅଲ୍‌‌ଟ୍ରାଟେକ୍‌‌ର ଡ୍ୟୁରାପ୍ଲସ୍ ସହିତ ଆପଣ ସର୍ବଶ୍ରେଷ୍ଠ କଂକ୍ରିଟ୍ ଉପରେ ନିଜର ଭରସା ରଖୁଛନ୍ତି, ମରାମତି ବାବଦୀୟ ଖର୍ଚ୍ଚକୁ ସଞ୍ଚୟ କରୁଛନ୍ତି ଏବଂ ବର୍ଷ ବର୍ଷ ଧରି ନିଜ ଘରକୁ ଉପଭୋଗ କରିବାକୁ ଯାଉଛନ୍ତି ।

logo



ନିଷ୍କର୍ସ/ସାରାଂଶ

ଆପଣ ଡ୍ୟୁରାପ୍ଲସ୍ ସମେତ ଅଲ୍‌‌ଟ୍ରାଟେକ୍‌‌ର ବିଶାଳ ହୋମ୍ ବିଲ୍‌‌ଡିଂ ସଲ୍ୟୁସନ୍ସର ବର୍ଗମାଳାକୁ ନିଜର ନିକଟତମ ଅଲ୍‌‌ଟ୍ରାଟେକ୍ ହୋମ୍ ଏକ୍ସପର୍ଟ ଷ୍ଟୋର୍‌‌ରୁ କ୍ରୟ କରିପାରିବେ ।



ଅଧିକ ଆଶ୍ଚର୍ଯ୍ୟଜନକ ସମାଧାନ |



ପ୍ଲାଣ୍ଟ ଲୋକେଟର୍

ଅଲ୍‌ଟ୍ରାଟେକ୍ ଆର୍‌ଏମ୍‌ସି ଉତ୍ପାଦଗୁଡ଼ିକର ନୂଆ ଶୃଙ୍ଖଳା ସହିତ ନିଜ ଘର ତିଆରି କରନ୍ତୁ, ଆପଣଙ୍କ ଅଞ୍ଚଳର ନିକଟତମ ଆର୍‌ଏମ୍‌ସି ପ୍ଲାଣ୍ଟ ଠାବ କରନ୍ତୁ

map

ସମ୍ପର୍କ କରନ୍ତୁ

ନିଜର ପ୍ରଶ୍ନଗୁଡ଼ିକର ଉତ୍ତର ପାଇବା ପାଇଁ ଅଲ୍‌ଟ୍ରାଟେକ୍ ଏକ୍ସପର୍ଟମାନଙ୍କ ସହିତ ସମ୍ପର୍କ କରନ୍ତୁ

telephone

Loading....