Waterproofing methods, Modern kitchen designs, Vaastu tips for home, Home Construction cost


Waterproofing methods, Modern kitchen designs, Vaastu tips for home, Home Construction cost

Get In Touch

Get Answer To Your Queries

Select a valid category

Enter a valid sub category

acceptence

ଓପିସି ସିମେଣ୍ଟ କ’ଣ?

ଅର୍ଡିନାରୀ ପୋର୍ଟଲାଣ୍ଡ ସିମେଣ୍ଟ (ଓପିସି) ହେଉଛି ବ୍ୟାପକ ଶୃଙ୍ଖଳାର ପ୍ରୟୋଗ ପାଇଁ ସବୁଠାରୁ ସାଧାରଣ ଭାବେ ବ୍ୟବହୃତ ହେଉଥିବା ସିମେଣ୍ଟ । ଏହାର ପରିସର ଆର୍‌ସିସି ଏବଂ ରାଜମିସ୍ତ୍ରୀ କାମରୁ ଆରମ୍ଭ କରି ପ୍ଲାଷ୍ଟରିଂ, ପ୍ରିକାଷ୍ଟ ଏବଂ ପ୍ରିଷ୍ଟ୍ରେସ୍ କାର୍ଯ୍ୟ ପର୍ଯ୍ୟନ୍ତ ବ୍ୟାପ୍ତ ଅଟେ । ଏହି ସିମେଣ୍ଟ ସାଧାରଣ, ମାନକ ଏବଂ ଉଚ୍ଚ-ସୁଦୃଢ଼ତା ବିଶିଷ୍ଟ କଂକ୍ରିଟ୍, ମୋର୍ଟାର୍, ସାଧାରଣ-ଉଦ୍ଦେଶ୍ୟ ରେଡି-ମିକ୍ସେସ୍ ଏବଂ ଡ୍ରାଏ ଲିନ୍ ମିକ୍ସେସ୍‌‌ର ଉତ୍ପାଦନ ପାଇଁ ବ୍ୟବହୃତ ହୋଇଥାଏ ।

logo


ଓପିସି ସିମେଣ୍ଟର ପ୍ରକାରଭେଦ

ଅଲ୍‌‌ଟ୍ରାଟେକ୍ ଓପିସି ସିମେଣ୍ଟ ଏକ ମୌଳିକ ପ୍ରକାରର ସିମେଣ୍ଟ ଅଟେ । ୨୮ ଦିନରେ ଏହାର କ୍ୟୁବ୍ କମ୍ପ୍ରେସିଭ୍ ସୁଦୃଢ଼ତା ଆଧାରରରେ ଅର୍ଡିନାରୀ ପୋର୍ଟଲାଣ୍ଡ ସିମେଣ୍ଟକୁ ପୁଣି ଚାରିଟି ଗ୍ରେଡ୍‌‌ରେ ବିଭକ୍ତ କରାଯାଇଥାଏ । ୩୩, ୪୩, ୫୩ ଏବଂ ୫୩-ଏସ୍
 

  • ଓପିସି ୩୩: ଯେବେ ୨୮-ଦିନିଆ କ୍ୟୁବ୍ କମ୍ପ୍ରେସିଭ୍ ସୁଦୃଢ଼ତା ୩୩ଏନ୍/ମିମି୨ରୁ ଅଧିକ ହୋଇଥାଏ, ସେହି ସିମେଣ୍ଟକୁ ୩୩ ଗ୍ରେଡ୍ ଓପିସି ସିମେଣ୍ଟ କୁହାଯାଏ ।

 

  • ଓପିସି ୪୩: ୨୮ ଦିନରେ, ଏହି ସିମେଣ୍ଟର କ୍ୟୁବ୍ କମ୍ପ୍ରେସିଭ୍ ସୁଦୃଢ଼ତା ଅତି କମ୍‌‌ରେ ୪୩ ଏନ୍/ମିମି୨ ହେବା ଆବଶ୍ୟକ । ଏହାକୁ ମୁଖ୍ୟତଃ ସ୍ୱଭାବିକ ଗ୍ରେଡ୍ କଂକ୍ରିଟ୍ ଏବଂ ରାଜମିସ୍ତ୍ରୀ କାମରେ ବ୍ୟବହାର କରାଯାଇଥାଏ ।

 

  • ଓପିସି ୫୩: ୨୮ ଦିନରେ, ଏହି ସିମେଣ୍ଟର କ୍ୟୁବ୍ କମ୍ପ୍ରେସିଭ୍ ସୁଦୃଢ଼ତା ଅତି କମ୍‌‌ରେ ୫୩ ଏନ୍/ମିମି୨ ହେବା ଆବଶ୍ୟକ । ଏହା ରି-ଇନ୍‌‌ଫୋର୍ସଡ୍ ସିମେଣ୍ଟ କଂକ୍ରିଟ୍, ପ୍ରିଷ୍ଟ୍ରେସ୍‌‌ଡ କଂକ୍ରିଟ୍, ସ୍ଲିପ୍‌‌ଫର୍ମ କାର୍ଯ୍ୟ ଏବଂ ପ୍ରିକାଷ୍ଟ କାର୍ଯ୍ୟ ଭଳି ହାଇ-ସ୍ପିଡ୍ ନିର୍ମାଣ ଭଳି ଉଚ୍ଚ-ଗ୍ରେଡ୍ ଏବଂ ଉଚ୍ଚ-ପର୍‌‌ଫର୍ମାନ୍ସ ଷ୍ଟ୍ରକ୍ଚରାଲ୍ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ । ଏହା ମାସ୍ କଂକ୍ରିଟ୍, ଅଣ-ଷ୍ଟ୍ରକ୍ଚରାଲ୍ କାର୍ଯ୍ୟ କିମ୍ବା ପ୍ରତିକୂଳ ଜଳବାୟୁ ଥିବା ଅଞ୍ଚଳରେ ନିର୍ମାଣରେ ବ୍ୟବହାର ଲାଗି ସୁପାରିସଯୋଗ୍ୟ ନୁହେଁ 
  • ଓପିସି ୫୩-ଏଓ୍ ଏହା ଏକ ସ୍ପେଶାଲ ଗ୍ରେଡ୍ ଓପିସି ଅଟେ, ଯାହା ବିଶେଷ ଭାବେ କେବଳ ପ୍ରିଷ୍ଟ୍ରେସ୍‌‌ଡ କଂକ୍ରିଟ୍ ରେଲ୍‌‌ୱେ ସ୍ଲିପର୍ସ ପାଇଁ ଡିଜାଇନ୍ କରାଯାଇଛି ।


୪୩ ଏବଂ ୫୩ ଓପିସି ସିମେଣ୍ଟ ଗ୍ରେଡ୍ ମଧ୍ୟରେ କ’ଣ ପାର୍ଥକ୍ୟ ରହିଥାଏ?

୪୩ ଏବଂ ୫୩ ସିମେଣ୍ଟ ଗ୍ରେଡ୍ ୨୮ ଦିନରେ ସିମେଣ୍ଟ ହାସଲ କରିଥିବା ସର୍ବୋଚ୍ଚ ସୁଦୃଢ଼ତାକୁ ଦର୍ଶାଇଥାଏ । ଏହି ଦୁଇଟି ଅର୍ଡିନାରୀ ପୋର୍ଟଲାଣ୍ଡ ସିମେଣ୍ଟ ସବୁଠାରୁ ସାଧାରଣ ଭାବେ ବ୍ୟବହୃତ ହୋଇଥାଏ ।

ସେଗୁଡ଼ିକ ମଧ୍ୟରେ ପାର୍ଥକ୍ୟ ହେଉଛି:

 

  • ୨୮ ଦିନ ପରେ, ଗ୍ରେଡ୍ ୫୩ ସିମେଣ୍ଟ ୫୩୦ କିଗ୍ରା/ବର୍ଗ ସେମି ର ସୁଦୃଢ଼ତା ହାସଲ କରୁଥିବା ବେଳେ, ଗ୍ରେଡ୍ ୪୩ ସିମେଣ୍ଟ ୪୩୦ କିଗ୍ରା/ବର୍ଗ ସେମି ର ସୁଦୃଢ଼ତା ହାସଲ କରିଥାଏ ।
  • ଗ୍ରେଡ୍ ୫୩ ସିମେଣ୍ଟ ସେତୁ, ସଡ଼କ, ବହୁତଳ ଢାଞ୍ଚା ଏବଂ ଥଣ୍ଡା ଜଳବାୟୁ ପାଇଁ ଉଦ୍ଦିଷ୍ଟ କଂକ୍ରିଟ୍ ଭଳି ହାଇ-ସ୍ପିଡ୍ ନିର୍ମାଣ ପ୍ରୋଜେକ୍ଟରେ ବ୍ୟବହୃତ ହୋଇଥାଏ । ଗ୍ରେଡ୍ ୪୩ ସିମେଣ୍ଟ ସବୁଠାରୁ ସାଧାରଣ ଭାବେ ବ୍ୟବହୃତ ହେଉଥିବା ସାଧାରଣ-ଉଦ୍ଦେଶ୍ୟ ସିମେଣ୍ଟ ଅଟେ ।
  • ଗ୍ରେଡ୍ ୫୩ ସିମେଣ୍ଟର ଦ୍ରୁତ ସେଟିଂ ସମୟ ଥାଏ ଏବଂ ସେଥିରେ ଦ୍ରୁତ ଗତିରେ ସୁଦୃଢ଼ତା ବିକଶିତ ହୋଇଥାଏ । ୨୮ ଦିନ ପରେ, ସୁଦୃଢ଼ତା ଆଉ ବିଶେଷ ବଢ଼ି ନ ଥାଏ । ଗ୍ରେଡ୍ ୪୩ ସିମେଣ୍ଟ ଯଦିଓ ପ୍ରାରମ୍ଭିକ ଭାବେ କମ୍ ସୁଦୃଢ଼ତା ହାସଲ କରିଥାଏ, କିନ୍ତୁ କ୍ରମଶଃ ସେଥିରେ ଉତ୍ତମ ସୁଦୃଢ଼ତା ବିକଶିତ ହୋଇଥାଏ ।
  • ଗ୍ରେଡ୍ ୪୩ ସିମେଣ୍ଟ ଅପେକ୍ଷାକୃତ କମ୍ ହାଇଡ୍ରେଶନ୍ ଉତ୍ତାପ ସୃଷ୍ଟି କରୁଥିବା ବେଳେ, ଗ୍ରେଡ୍ ୫୩ ସିମେଣ୍ଟ ଶୀଘ୍ର ସେଟ୍ ହୁଏ ଏବଂ ଅଧିକ ମାତ୍ରାରେ ତାପ ଉତ୍ପନ୍ନ କରିଥାଏ । ଏହାଫଳରେ, ଗ୍ରେଡ୍ ୫୩ ସିମେଣ୍ଟରେ ଅତି ସୂକ୍ଷ୍ମ ଫାଟ ରହିଥାଇପାରେ, ଯାହା ପୃଷ୍ଠଭାଗରେ ଦୃଶ୍ୟମାନ ହୋଇ ନ ପାରେ ଏବଂ ସେଥିରେ ପର୍ଯ୍ୟାପ୍ତ କିଓରିଂ କରାଯିବା ଆବଶ୍ୟକ ହୋଇଥାଏ ।
  • ଗ୍ରେଡ୍ ୪୩ ତୁଳନାରେ ଗ୍ରେଡ୍ ୫୩ ସିମେଣ୍ଟ ସାମାନ୍ୟ ମହଙ୍ଗା ହୋଇଥାଏ ।
     
logo


ଓପିସି ସିମେଣ୍ଟର ବ୍ୟବହାର

ଓପିସି ପୃଥିବୀର ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ସିମେଣ୍ଟ ଅଟେ । ଏହାର ଉତ୍ପାଦନରେ କମ୍ ଖର୍ଚ୍ଚ ଲାଗୁଥିବାରୁ, ନିର୍ମାଣ ବ୍ୟବସାୟରେ ଏହା ଏକ ଲୋକପ୍ରିୟ ସିମେଣ୍ଟ ଅଟେ ।

 

ଏହା ସାଧାରଣତଃ ନିମ୍ନଲିଖିତ କାମରେ ବ୍ୟବହୃତ ହୋଇଥାଏ:


ସୁଉଚ୍ଚ ଅଟ୍ଟାଳିକାର ନିର୍ମାଣ

logo

ସଡ଼କ, ବନ୍ଧ, ସେତୁ ଏବଂ ଫ୍ଲାଏଓଭର୍ ନିର୍ମାଣ

logo

ଗ୍ରାଉଟ୍ ଏବଂ ମୋର୍ଟାର୍ ତିଆରି

logo

ଆବାସିକ ଏବଂ ଔଦ୍ୟୋଗିକି କମ୍ପ୍ଲେକ୍ସ ନିର୍ମାଣ

logo


ସିଦ୍ଧାନ୍ତ

ସିମେଣ୍ଟ ଯୌଗିକ ଗଠନ ପାଇଁ ପୋର୍ଟଲାଣ୍ଡ ସିମେଣ୍ଟ ହାଇଡ୍ରେଟିଂ ଦ୍ୱାରା ନିର୍ମୁକ୍ତ ହେଉଥିବା କ୍ୟାଲସିୟମ୍ ହାଇଡ୍ରକ୍ସାଇଡ୍ ସହିତ ପୋଜ୍ଜୋଲାନିକ୍ ଉପାଦାନ ପ୍ରତିକ୍ରିୟା ସୃଷ୍ଟି କରୁଥିବା କାରଣରୁ ପିପିସି କଂକ୍ରିଟର ଅଭେଦ୍ୟତା ଏବଂ ଘନତ୍ୱକୁ ବୃଦ୍ଧି କରିଥାଏ । ହାଇଡ୍ରଲିକ୍ ଷ୍ଟ୍ରକ୍ଚର୍, ସାମୁଦ୍ରିକ କାର୍ଯ୍ୟ, ମାସ୍ କଂକ୍ରିଟିଂ ଭଳି ନିର୍ମାଣ କାର୍ଯ୍ୟରେ ଏହାକୁ ନିଶ୍ଚିନ୍ତତାର ସହିତ ବ୍ୟବହାର କରାଯାଇପାରିବ । ଏହା କଂକ୍ରିଟକୁ ଆଲକାଲି-ଏଗ୍ରିଗେଟ୍ ପ୍ରତିକ୍ରିୟାରୁ ସୁରକ୍ଷା ଯୋଗାଇଥାଏ ।


Loading....