Waterproofing methods, Modern kitchen designs, Vaastu tips for home, Home Construction cost

Get In Touch

Get Answer To Your Queries

Select a valid category

Enter a valid sub category

acceptence


Be wise, protect strength from dampness

logo


ସହରାଞ୍ଚଳ ଟେକ୍ନିକାଲ ମିଟିଂ ଏବଂ ଗ୍ରାମାଞ୍ଚଳ ଟେକ୍ନିକାଲ୍ ମିଟିଂ

ଦ୍ରୁତ ପରିବର୍ତ୍ତନଶୀଳ ବୈଷୟିକ ଦୃଶ୍ୟପଟ ସହିତ ତାଳ ଦେଇ ଚାଲିବା ଏବଂ ନିର୍ମାଣ କ୍ଷେତ୍ରରେ ଅଭିନବ ଅବଧାରଣାକୁ ସାମିଲ କରିବା ପାଇଁ ଜ୍ଞାନ ବର୍ଦ୍ଧନ ଆବଶ୍ୟକ ହୋଇଥାଏ । ସାରା ବିଶ୍ୱରେ ହେଉଥିବା ବୈଷୟିକ ପରିବର୍ତ୍ତନ, ବିକାଶ ଏବଂ ଅଭିନବ ନିର୍ମାଣ ପଦ୍ଧତି ସମ୍ପର୍କରେ ସିଭିଲ ଏବଂ ଷ୍ଟ୍ରକ୍ଚରାଲ୍ ଇଞ୍ଜିନିୟର ଏବଂ ଆର୍କିଟେକ୍ଟମାନଙ୍କୁ ସୂଚିତ ରଖିବା ପାଇଁ ସହରାଞ୍ଚଳ ତଥା ଗ୍ରାମାଞ୍ଚଳରେ ବିଶେଷ ରୂପେ ପରିକଳ୍ପିତ କାର୍ଯ୍ୟକ୍ରମଗୁଡ଼ିକ ଆୟୋଜିତ ହୋଇଥାଏ ।

logo

ଅଂଶଗ୍ରହଣକାରୀଙ୍କ ଜ୍ଞାନର ସ୍ତରକୁ ଧ୍ୟାନରେ ରଖାଯାଇ ଉଦ୍ୟୋଗର ବିଶେଷଜ୍ଞ ତଥା ଶିକ୍ଷାବିତ୍‌‌ମାନଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମଗୁଡ଼ିକ ପରିକଳ୍ପିତ ଏବଂ ପ୍ରଦାନ କରାଯାଇଥାଏ । ଏହା ଜ୍ଞାନ ଶେୟାରିଂ ପାଇଁ ଏକ ମଞ୍ଚ ଭାବେ କାର୍ଯ୍ୟ କରିଥାଏ ଯେଉଁଠି ସେମାନେ ସମ୍ମୁଖୀନ ହେଉଥିବା ବୈଷୟିକ ସମସ୍ୟା ଏବଂ ଉକ୍ତ ସମସ୍ୟାଗୁଡ଼ିକର ସମାଧାନ କିପରି କରାଯିବ ସେ ସମ୍ପର୍କରେ ଆଲୋଚନା କରାଯାଇଥାଏ ।


କଂକ୍ରିଟ୍ ମିକ୍ସ ପ୍ରୋପୋର୍ସନିଂ ୱାର୍କଶପ୍

ଏହି ୱାର୍କଶପ୍ ଗୁଡ଼ିକ କାର୍ଯ୍ୟରତ ଇଞ୍ଜିନିୟର୍ସ ଏବଂ ଆର୍କିଟେକ୍ଟମାନଙ୍କୁ ସ୍ଥାନୀୟ ଭାବେ ଉପଲବ୍ଧ ସାମଗ୍ରୀଗୁଡ଼ିକୁ ବ୍ୟବହାର କରି ସେମାନେ ଚାହୁଁଥିବା କଂକ୍ରିଟ୍‌‌ର ସୁଦୃଢ଼ତା ଏବଂ ସ୍ଥାୟିତ୍ୱ ପ୍ରସ୍ତୁତ କରିବା ପାଇଁ ବିଭିନ୍ନ କଂକ୍ରିଟ୍ ଉପାଦାନର ସଠିକ୍ ଅନୁପାତ ସମ୍ପର୍କରେ ଶିକ୍ଷା ଦିଆଯାଇଥାଏ । କଂକ୍ରିଟ୍ ମିକ୍ସ ଡିଜାଇନ୍ କରିବା ଏବଂ ସେହି ଅନୁଯାୟୀ କଂକ୍ରିଟ୍ ପ୍ରସ୍ତୁତ କରିବା ଦ୍ୱାରା ଅଂଶଗ୍ରହଣକାରୀମାନେ ବ୍ୟବହାରିକ ଅଭିଜ୍ଞତା ହାସଲ କରିଥାନ୍ତି । ଏହା ଅଂଶଗ୍ରହଣକାରୀମାନଙ୍କୁ ବିଭିନ୍ନ ପରିସ୍ଥିତି ପାଇଁ ଭିନ୍ନ ଭିନ୍ନ ସୁଦୃଢ଼ତା ବିଶିଷ୍ଟ କଂକ୍ରିଟ୍ ମିକ୍ସ ଡିଜାଇନ୍ କରିବା ଏବଂ କମ୍ ଖର୍ଚ୍ଚ ଓ ସ୍ଥାୟିତ୍ୱକୁ ସୁନିଶ୍ଚିତ କରିବାର ସେମାନଙ୍କ ସାମର୍ଥ୍ୟ ଉପରେ ଆତ୍ମବିଶ୍ୱାସ ଯୋଗାଇଥାଏ ।
 

logo


ପ୍ଲାଣ୍ଟ ପରିଦର୍ଶନ

ଇଞ୍ଜିନିୟର, ଆର୍କିଟେକ୍ଟ, ଚ୍ୟାନେଲ୍ ପାର୍ଟନର (ଡିଲର ଏବଂ ରିଟେଲର), ବିଲ୍ଡର ଓ କଣ୍ଟ୍ରାକ୍ଟର ଏବଂ ରାଜମିସ୍ତ୍ରୀମାନେ ସମସ୍ତଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରାଯାଇଥାଏ । ଏହା ଉଦ୍ଦେଶ୍ୟ ହେଉଛି କଞ୍ଚାମାଲ ଚୟନରୁ ଆରମ୍ଭ କରି ପ୍ୟାକିଂ ପର୍ଯ୍ୟନ୍ତ ସିମେଣ୍ଟ ବିନିର୍ମାଣ ପ୍ରକ୍ରିୟା ସମ୍ପର୍କରେ ପରିଦର୍ଶକମାନଙ୍କୁ ଶିକ୍ଷିତ କରିବା । ପ୍ଲାଣ୍ଟରେ ଅନୁସରଣ କରାଯାଉଥିବା ବିଭିନ୍ନ କ୍ୱାଲିଟି ନିୟନ୍ତ୍ରଣ ପଦକ୍ଷେପ ଏବଂ କ୍ୱାଲିଟି ଆଶ୍ୱାସନା ପଦକ୍ଷେପଗୁଡ଼ିକୁ ସେମାନେ ଦେଖନ୍ତି ଏବଂ ସିମେଣ୍ଟର କ୍ୱାଲିଟିକୁ ବୁଝିବା ଓ ମୂଲ୍ୟାୟନ କରିବାରେ ସେମାନଙ୍କୁ ସହାୟତା ମିଳିଥାଏ ।

 

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ



ଇଞ୍ଜିନିୟର୍ ଏବଂ ଆର୍କିଟେକ୍ଟସ୍ ପାଇଁ |



Loading....