Waterproofing methods, Modern kitchen designs, Vaastu tips for home, Home Construction cost

Get In Touch

Get Answer To Your Queries

Select a valid category

Enter a valid sub category

acceptence

Home is Your Identity, Build it with India'a No.1 Cement

Ultratech Header


ଅଲ୍‌‌ଟ୍ରାଟେକ୍ ୱେଦର୍ ପ୍ଲସ୍

ଆର୍ଦ୍ରତା ଆପଣଙ୍କ ଘରର ସୁଦୃଢ଼ତାର ଏକ ନମ୍ବର ଶତ୍ରୁ ଅଟେ । ଏହା ଛାତ, କାନ୍ଥ ଏବଂ ଫାଉଣ୍ଡେସନ୍ ସମେତ ଆପଣଙ୍କ ଘରର ସମସ୍ତ ଅଂଶରେ ପ୍ରବେଶ କରିବାର ସାମର୍ଥ୍ୟ ରଖିଥାଏ । ଏହା ଆପଣଙ୍କ ଘରର ଢାଞ୍ଚାକୁ ଭିତରୁ ଫମ୍ପା ଏବଂ ଦୁର୍ବଳ କରିଥାଏ, ଯାହାଦ୍ୱାରା ଘରର ସ୍ଥାୟିତ୍ୱ ହ୍ରାସିତ ହୁଏ । ଆପଣଙ୍କ ଘର ମଧ୍ୟକୁ ଥରେ ଆର୍ଦ୍ରତା ପ୍ରବେଶ କରିଗଲେ, ତାହା ଖୁବ୍ ଶୀଘ୍ର ବ୍ୟାପିବାକୁ ଲାଗିଥାଏ ଓ ତାହାକୁ ଦୂର କରିବା ଅସମ୍ଭବ ଅଟେ । ଆପଣଙ୍କ ଘରର ସୁଦୃଢ଼ତାକୁ ଆର୍ଦ୍ରତାରୁ ସୁରକ୍ଷିତ ରଖିବା ପାଇଁ, ସମ୍ପୂର୍ଣ୍ଣ ଢାଞ୍ଚାକୁ ଅଲ୍‌‌ଟ୍ରାଟେକ୍ ୱେଦର୍ ପ୍ଲସ୍ ସହିତ ନିର୍ମାଣ କରିବା ଅପରିହାର୍ଯ୍ୟ ଅଟେ । ଅଲ୍‌‌ଟ୍ରାଟେକ୍ ୱେଦର୍ ପ୍ଲସ୍ ଫଳପ୍ରଦ ଢଙ୍ଗରେ ଜଳକୁ ବିକର୍ଷିତ କରିଥାଏ ଏବଂ ଆପଣଙ୍କ ଘରକୁ ଆର୍ଦ୍ରତାରୁ ସୁରକ୍ଷା ଦେଇଥାଏ ।


ଅଲ୍‌‌ଟ୍ରାଟେକ୍ ୱେଦର୍ ପ୍ଲସ୍ ଜଳ ବିକର୍ଷକ ଅଟେ ଯାହା ଫଳପ୍ରଦ ଢଙ୍ଗରେ ଜଳକୁ ବିକର୍ଷିତ କରିଥାଏ ଏବଂ ଆର୍ଦ୍ରତାରୁ ଉତ୍କୃଷ୍ଟ ସୁରକ୍ଷା ପ୍ରଦାନ କରି ଆପଣଙ୍କ ଘରର ସୁଦୃଢ଼ତାକୁ ସୁରକ୍ଷିତ ରଖିଥାଏ ।

ଅଲ୍‌‌ଟ୍ରାଟେକ୍ ୱେଦର୍ ପ୍ଲସ୍ ସହିତ ଆପଣଙ୍କ ଘରକୁ ସୁଦୃଢ଼ ଏବଂ ଦୀର୍ଘସ୍ଥାୟୀ କରନ୍ତୁ ।


ପ୍ରମୁଖ ଲାଭ



ପ୍ରମୁଖ ଲାଭ



ଆପଣଙ୍କ ଘର ଆର୍ଦ୍ରତାକୁ ସୁରକ୍ଷା କାହିଁକି ଆବଶ୍ୟକ କରିଥାଏ?

• ଆର୍ଦ୍ରତା ଆପଣଙ୍କ ଘରର ସୁଦୃଢ଼ତା ପ୍ରତି ସବୁଠାରୁ ବଡ଼ ବିପଦ ହୋଇଥାଏ ।

 

• ଆର୍ଦ୍ରତା ଛାତ, ବାହ୍ୟ କାନ୍ଥ ଏବଂ ଏପରିକି ଫାଉଣ୍ଡେସନ୍ ମଧ୍ୟ ଦେଇ ଆପଣଙ୍କ ଘର ମଧ୍ୟକୁ ପ୍ରବେଶ କରିପାରେ ଏବଂ ଢାଞ୍ଚାକୁ ଭିତରୁ ଦୁର୍ବଳ କରିଦେଇପାରେ ।


• ଆର୍ଦ୍ରତା ଥରେ ଆପଣଙ୍କ ଘର ମଧ୍ୟକୁ ପ୍ରବେଶ କରିଗଲେ ତାହାକୁ ଦୂର କରିବା ଅସମ୍ଭବ ହୋଇଯାଏ ।

 

Weather Plus Boy

 

ଅଲ୍‌‌ଟ୍ରାଟେକ୍ ୱେଦର୍ ପ୍ଲସ୍ ସମ୍ପର୍କରେ ବାରମ୍ବାର ପଚରାଯାଉଥିବା ପ୍ରଶ୍ନ


ଆପଣଙ୍କ ଘରର ଢାଞ୍ଚା ମଧ୍ୟକୁ ପ୍ରବେଶ କରୁଥିବା ଅବାଞ୍ଛିତ ଜଳସିକ୍ତତାକୁ ଆର୍ଦ୍ରତା ବା ଡାମ୍ପନେସ୍ କୁହାଯାଇଥାଏ । ଆର୍ଦ୍ରତା ଆପଣଙ୍କ ଘରର ଢାଞ୍ଚାକୁ ଭିତରୁ ଦୁର୍ବଳ କରି ତାହାକୁ ବିପଦଗ୍ରସ୍ତ କରିଥାଏ । ଥରେ ଘର ମଧ୍ୟକୁ ଆର୍ଦ୍ରତା ପ୍ରବେଶ କରିଗଲେ ତାହା ଦ୍ରୁତ ଗତିରେ ବ୍ୟାପିବା ଆରମ୍ଭ କରିଥାଏ । ଆର୍ଦ୍ରତା କାରଣରୁ ଆପଣଙ୍କ ଘରର ଢାଞ୍ଚା ପ୍ରଭାବିତ ହୁଏ, ଘରର ଜୀବନକାଳ ହ୍ରାସିତ ହୁଏ ଏବଂ ଚୂଡ଼ାନ୍ତ ରୂପେ ଆର୍ଦ୍ରତା ଜଳ କ୍ଷରଣରେ ପରିଣତ ହୁଏ ।

ଆର୍ଦ୍ରତା ଆପଣଙ୍କ ଘରର ଯେକୌଣସି ଅଂଶ ମଧ୍ୟ ଦେଇ ପ୍ରବେଶ କରିପାରେ, ଛାତ, କାନ୍ଥ, ଏପରିକି ଚଟାଣ । ଏହା ଥରେ ପ୍ରବେଶ କଲେ, ଦ୍ରୁତ ଗତିରେ ବ୍ୟାପିବାକୁ ଲାଗିଥାଏ । ଆର୍ଦ୍ରତା ଜମିତଳେ ଫାଉଣ୍ଡେସନ ମଧ୍ୟ ଦେଇ ମଧ୍ୟ ଆପଣଙ୍କ ଘର ମଧ୍ୟକୁ ପ୍ରବେଶ କରିପାରେ ।

ଆର୍ଦ୍ରତା ଆର୍‌‌‌ସିସିରେ ଷ୍ଟିଲ୍‌‌କୁ କ୍ଷୟପ୍ରାପ୍ତ କରିଥାଏ, ଯାହାଫଳରେ ଫାଟ ସୃଷ୍ଟି ହୁଏ ଏବଂ ଆପଣଙ୍କ ଘରର ଢାଞ୍ଚାର ସୁଦୃଢ଼ତା ହ୍ରାସିତ ହୁଏ । ଏହା ଢାଞ୍ଚାକୁ ଭିତରୁ ଦୁର୍ବଳ କରି ମଧ୍ୟ ଢାଞ୍ଚାଗତ କ୍ଷତିର କାରଣ ସାଜିଥାଏ । ଦୁର୍ଭାଗ୍ୟବଶତଃ, ଯେତେବେଳେ ଆର୍ଦ୍ରତା ଆଖିକୁ ଦୃଶ୍ୟମାନ ହୁଏ, ସେତେବେଳକୁ ତାହା କ୍ଷୟକ୍ଷତି କରିସାରିଥାଏ ।

ଆର୍ଦ୍ରତା ଆପଣଙ୍କ ଘରର ଢାଞ୍ଚାକୁ ଫମ୍ପା ଓ ଦୁର୍ବଳ କରିଦିଏ ଓ ଢାଞ୍ଚାର ଅଖଣ୍ଡତା ଓ ସ୍ଥାୟିତ୍ୱ ବିପଦଗ୍ରସ୍ତ ହୁଏ । ଥରେ ପ୍ରବେଶ କରିଗଲେ, ସେଥିରୁ ମୁକ୍ତି ପାଇବା କଷ୍ଟକର । ୱାଟରପ୍ରୁଫିଙ୍ଗ୍‌‌ ଉପଚାର, ରଙ୍ଗ କିମ୍ବା ଡିଷ୍ଟେମ୍ପର୍‌‌ର ପତଳା, ସୁରକ୍ଷାତ୍ମକ ଆସ୍ତରଣ ଖୁବ୍ ଶୀଘ୍ର ଛାଲ ଭଳି ଉତୁରିଯାଇଥାଏ ଏବଂ ତାହା କେବଳ ଏକ ଅସ୍ଥାୟୀ ସମାଧାନ ହୋଇଥାଏ । ପୁନଃ ପ୍ଲାଷ୍ଟରିଂ ଏବଂ ପୁନଃ ରଙ୍ଗକରଣ କେବଳ ସ୍ୱଳ୍ପ ମିଆଦୀ ସମାଧାନ ହୋଇଥାଏ । ଏହି କାରଣରୁ, ନିଜ ଘରକୁ ଆର୍ଦ୍ରତାରୁ ସୁରକ୍ଷିତ କରିବା ପାଇଁ ଏକ ପ୍ରତିରୋଧାତ୍ମକ ପଦକ୍ଷେପ ଗ୍ରହଣ କରିବା ପରାମର୍ଶଯୋଗ୍ୟ ଅଟେ ।

ଆର୍ଦ୍ରତା ଯେକୌଣସି ବାଟ ଦେଇ ଆପଣଙ୍କ ଘର ମଧ୍ୟକୁ ପ୍ରବେଶ କରିପାରେ, ଚଟାଣ, ଛାତ, କାନ୍ଥ, ଏପରିକି ଫାଉଣ୍ଡେସନ୍ । ତେଣୁ, ନିଜ ଘରର ସୁଦୃଢ଼ତା ଏବଂ ସ୍ଥାୟିତ୍ୱକୁ ଆର୍ଦ୍ରତାରୁ ସୁରକ୍ଷିତ ରଖିବା ପାଇଁ ଆପଣ ନିଜର ସମଗ୍ର ଘରକୁ ଅଲ୍‌‌ଟ୍ରାଟେକ୍ ୱେଦର୍ ପ୍ଲସ୍ ‌ସହିତ ନିର୍ମାଣ କରିବା ଉଚିତ୍ । ଏହା ଜଳକୁ ବିକର୍ଷିତ କରିଥାଏ ଏବଂ ଆର୍ଦ୍ରତାକୁ ଆପଣଙ୍କ ଘର ମଧ୍ୟକୁ ପ୍ରବେଶ କରିବା ବିରୁଦ୍ଧରେ ବର୍ଦ୍ଧିତ ସୁରକ୍ଷା ଯୋଗାଇଥାଏ ଓ ଏହାର ଢାଞ୍ଚାଗତ ଅଖଣ୍ଡତାକୁ ବଜାୟ ରଖିଥାଏ ।

ଅଲ୍‌‌ଟ୍ରାଟେକ୍ ୱେଦର୍ ପ୍ଲସ୍‌‌କୁ କଂକ୍ରିଟ୍ ମଧ୍ୟରେ ରହିଥିବା ଅତି ସୂକ୍ଷ୍ମ ଗର୍ତ୍ତଗୁଡ଼ିକୁ ଭରି କ୍ୟାପିଲାରୀଗୁଡ଼ିକର ପାରସ୍ପରିକ ସଂଯୋଗକୁ ଭାଙ୍ଗିବା ତଥା ଜଳ ବିକର୍ଷଣକୁ ଉନ୍ନତ କରିବା ପାଇଁ ବିଶେଷ ରୂପେ ଡିଜାଇନ୍ କରାଯାଇଛି, ଯାହା ଆର୍ଦ୍ରତା ବିରୁଦ୍ଧରେ ବର୍ଦ୍ଧିତ ସୁରକ୍ଷା ଯୋଗାଇ ଆପଣଙ୍କ ଘରକୁ ସୁଦୃଢ଼ ଏବଂ ଦୀର୍ଘସ୍ଥାୟୀ କରିଥାଏ ।

ପରିବହନ ଏବଂ ସଂରକ୍ଷଣ ସମୟରେ ସିମେଣ୍ଟର ହାନି ନ ହେବାକୁ ସୁନିଶ୍ଚିତ କରିବା ପାଇଁ ‌ଅଲ୍‌‌ଟ୍ରାଟେକ୍ ୱେଦର୍ ପ୍ଲସ୍ ଏକ ଟାମ୍ପର୍-ପ୍ରୁଫ୍ ବ୍ୟାଗ୍‌‌ରେ ଉପଲବ୍ଧ ହୋଇଥାଏ । ଏହି ବ୍ୟାଗ୍‌ଗୁଡ଼ିକ ଦୀର୍ଘ ସମୟ ପାଇଁ ସିମେଣ୍ଟର ଗୁଣବତ୍ତାକୁ ବଜାୟ ରଖିବା ଏବଂ ତାହାକୁ ସର୍ବଦା ବ୍ୟବହାର ଲାଗି ଉପଯୁକ୍ତ ରଖିବା ପାଇଁ ବହୁ ମାତ୍ରାରେ ଉପାଦେୟ ହୋଇଥାଏ ।


ಪ್ಲಾಂಟ್‌ ಲೊಕೇಟರ್

ನಿಮ್ಮ ಮನೆಯನ್ನು ಅಲ್ಟ್ರಾಟೆಕ್‌ ಆರ್‌ಎಂಸಿ ಉತ್ಪನ್ನಗಳ ಹೊಸ ಶ್ರೇಣಿಯೊಂದಿಗೆ ನಿರ್ಮಿಸಿ. ನಿಮ್ಮ ಪ್ರದೇಶದಲ್ಲಿರುವ ಹತ್ತಿರುವ ಆರ್‌ಎಂಸಿ ಪ್ಲಾಂಟ್‌ ಅನ್ನು ಪತ್ತೆ ಮಾಡಿ

location

ನಮ್ಮನ್ನು ಸಂಪರ್ಕಿಸಿ

ನಿಮ್ಮ ಸಂದೇಹಗಳ ಪರಿಹಾರಕ್ಕಾಗಿ ಅಲ್ಟ್ರಾಟೆಕ್‌ನ ಪರಿಣಿತರನ್ನು ಸಂಪರ್ಕಿಸಿ

location

Loading....