Waterproofing methods, Modern kitchen designs, Vaastu tips for home, Home Construction cost


Waterproofing methods, Modern kitchen designs, Vaastu tips for home, Home Construction cost

Get In Touch

Get Answer To Your Queries

Select a valid category

Enter a valid sub category

acceptence

ପୋର୍ଟଲାଣ୍ଡ ପୋଜ୍ଜୋଲାନା ସିମେଣ୍ଟ କ’ଣ?

ପୋର୍ଟଲାଣ୍ଡ ପୋଜ୍ଜୋଲାନା ସିମେଣ୍ଟ (ପିପିସି) ଉଚ୍ଚ କ୍ୱାଲିଟିର କ୍ଲିଙ୍କର୍ ସହିତ ସନ୍ତୁଳିତ କେମିକାଲ୍ ଉପାଦାନ, ଉଚ୍ଚ ପ୍ରତିକ୍ରିୟାଶୀଳ ସିଲିକାଯୁକ୍ତ ଫ୍ଲାଏ ଆଶ୍ ଏବଂ କ୍ଷତିକାରକ ସାମଗ୍ରୀରୁ ମୁକ୍ତ ଅତି ବିଶୁଦ୍ଧ ଜିପସମ୍ କୁ ଗ୍ରାଇଣ୍ଡିଂ କରାଯାଇ ପ୍ରସ୍ତୁତ କରାଯାଇଥାଏ । ଏହାକୁ ଅର୍ଡିନାରୀ ପୋର୍ଟଲାଣ୍ଡ ସିମେଣ୍ଟ ସହିତ ଉଚ୍ଚ ପ୍ରତିକ୍ରିୟାଶୀଳ ସିଲିକାଯୁକ୍ତ ସରୁ ଫ୍ଲାଏ ଆଶ୍ ସହିତ ମିଶ୍ରଣ କରି ମଧ୍ୟ ପ୍ରସ୍ତୁତ କରାଯାଇଥାଏ । ସିମେଣ୍ଟର ବର୍ଦ୍ଧିତ ଗୁଣମାନ ମାନଦଣ୍ଡକୁ ସୁନିଶ୍ଚିତ କରିବା ପାଇଁ ଏହିସବୁ ଉପାଦାନର ଅନୁପାତକୁ ବିଜ୍ଞତାର ସହିତ ନିର୍ଦ୍ଧାରିତ କରାଯାଇଥାଏ ।

 

ଅଲ୍‌‌ଟ୍ରାଟେକ୍ ପୋର୍ଟଲାଣ୍ଡ ପୋଜ୍ଜୋଲାନା ସିମେଣ୍ଟ ଉତ୍ତମ କାର୍ଯ୍ୟଯୋଗ୍ୟତା, କୋଲାସିଭ୍ ମିଶ୍ରଣ, କମ୍ ବ୍ଲିଡିଂ, ହ୍ରାସିତ ଫାଟ, ହ୍ରାସିତ ଜଳ ଭେଦ୍ୟତା, କେମିକାଲ୍ ଆକ୍ରମଣ ପ୍ରତି ଉଚ୍ଚ ପ୍ରତିରୋଧକ୍ଷମତା ଏବଂ ଷ୍ଟିଲ୍ କଳଙ୍କି ବିରୁଦ୍ଧରେ ସୁରକ୍ଷା ଦେବା ସହିତ ଉତ୍କୃଷ୍ଟ ମାନର ଫିନିଶ୍ ଯୋଗାଇଥାଏ । ଏହା ଉଚ୍ଚ ଚରମ ସୁଦୃଢ଼ତା ମଧ୍ୟ ଯୋଗାଇଥାଏ । ଏହି ସିମେଣ୍ଟ ସମସ୍ତ ଉଦ୍ଦେଶ୍ୟରେ ସାଧାରଣ ନିର୍ମାଣ କାର୍ଯ୍ୟ ପାଇଁ ମଧ୍ୟ ଉପଯୁକ୍ତ ଅଟେ (ଆର୍‌ସିସି, ପିସିସି, ରାଜମିସ୍ତ୍ରୀ କାମ ଏବଂ ପଲସ୍ତରା) ।

logo


ପିପିସି ସିମେଣ୍ଟର ଲାଭ

ଅଲ୍‌‌ଟ୍ରାଟେକ୍‌‌‌‌‌‌ର ପୋର୍ଟଲାଣ୍ଡ ପୋଜ୍ଜୋଲାନା ସିମେଣ୍ଟ ଏହାର କାର୍ଯ୍ୟଯୋଗ୍ୟତା ପାଇଁ ବିଖ୍ୟାତ ଅଟେ । ଗୋଲାକାର ସିମେଣ୍ଟ ଦାନା ଅତି ସରୁ ହୋଇଥାଏ ଏବଂ ଅଧିକ ମୁକ୍ତ ଭାବରେ ପ୍ରବାହିତ ହୋଇଥାଏ, ଯାହାଫଳରେ ରନ୍ଧ୍ରଗୁଡ଼ିକ ଅଧିକ ପ୍ରଭାବୀ ଢଙ୍ଗରେ ପୂରଣ ହୋଇଥାଏ । ବିଶେଷ ଭାବେ ଉତ୍ତପ୍ତ ପାଣିପାଗରେ କଂକ୍ରିଟ୍‌‌ର ସ୍ଲମ୍ପ୍ ହାନି ହାରକୁ ମଧ୍ୟ ହ୍ରାସିତ କରିଥାଏ । ପିପିସି ସିମେଣ୍ଟରେ କମ୍ ଜଳୀୟ ଅଂଶ ରହୁଥିବାରୁ ତାହା ବ୍ଲିଡିଂକୁ ମଧ୍ୟ ହ୍ରାସ କରିଥାଏ, ଯାହା ଫଳରେ ବ୍ଲିଡ୍ ୱାଟର ଚ୍ୟାନେଲ୍ ବ୍ଲକ୍ ହୋଇଥାଏ ।

ପିପିସି ସରୁ ପ୍ରକୃତିର ହୋଇଥିବାରୁ ଏହାର ପେଷ୍ଟ୍ ପରିମାଣ ବୃଦ୍ଧି ପାଇଥାଏ, ଯାହା ଫଳରେ କଂକ୍ରିଟ୍ ସହିତ ଷ୍ଟିଲ୍‌‌ର ବନ୍ଧନ ଅଧିକ ଉନ୍ନତ ହୋଇଥାଏ । ଏହି ସିମେଣ୍ଟ ପ୍ରାରମ୍ଭିକ ହାଇଡ୍ରେଶନ୍ ସମୟରେ ଚୂନକୁ ମୁକ୍ତ କରିଦେଇଥାଏ, ଯାହା ଫଳରେ ଶୂନ୍ୟ ସ୍ଥାନଗୁଡ଼ିକି ହ୍ରାସିତ ହୁଏ ଏବଂ ପରେ କଂକ୍ରିଟ୍‌‌ର ଜଳ-ଭେଦ୍ୟତା କମିଯାଏ ଓ ସ୍ଥାୟିତ୍ୱ ବୃଦ୍ଧି ପାଏ । ଏହା ଷ୍ଟ୍ରକ୍ଚର ବା ଢାଞ୍ଚାରେ ସୂକ୍ଷ୍ମ ଫାଟଗୁଡ଼ିକର ବୃଦ୍ଧିକୁ ପ୍ରତିରୋଧ କରିଥାଏ, ଯାହା ଫଳରେ କଂକ୍ରିଟ୍‌‌ର ସୁଦୃଢ଼ତା ବୃଦ୍ଧି ପାଇଥାଏ ।



ପିପିସି ସିମେଣ୍ଟ ଗ୍ରେଡ୍‌‌ସ

ସିମେଣ୍ଟର ଗ୍ରେଡ୍ ତାହାର ସୁଦୃଢ଼ତାକୁ ସୂଚାଇଥାଏ । କମ୍ପ୍ରେସିଭ୍ ଷ୍ଟ୍ରେଂଥ୍ ହେଉଛି ସୁଦୃଢ଼ତା ମାପିବାର ସୁବିଧାର ସାଧାରଣ ଉପାୟ । କିଣିବା ପୂର୍ବରୁ ସିମେଣ୍ଟର ଗ୍ରେଡ୍ ଯାଞ୍ଚ କରିନେବା ପରାମର୍ଶଯୋଗ୍ୟ, କାରଣ ଢାଞ୍ଚାର ସୁଦୃଢ଼ତାରେ ତାହାର ବିଶେଷ ପ୍ରଭାବ ରହିଥାଏ । ପିପିସି ସିମେଣ୍ଟରେ କୌଣସି ଗ୍ରେଡ୍ ନ ଥାଏ । ଅନ୍ୟ ପକ୍ଷରେ, ଓପିସି ସିମେଣ୍ଟରେ ୩୩, ୪୩ ଓ ୫୩ ଭଳି ଗ୍ରେଡ୍ ରହିଛି । ହେଲେ, ପିପିସି ସିମେଣ୍ଟର ସୁଦୃଢ଼ତାକୁ ଓପିସି ୩୩ ଗ୍ରେଡ୍ ସିମେଣ୍ଟ ସମତୁଲ୍ୟ ଭାବେ ବିବେଚନା କରାଯାଏ । ଏହାର ଗ୍ରେଡ୍ ସୁଦୃଢ଼ତା ହେଉଛି ୩୩୦ କିଗ୍ରା ପ୍ରତି ବର୍ଗ ସେମି ।

logo

ପିପିସି ସିମେଣ୍ଟର ପ୍ରୟୋଗ

ଏହାର ଦୀର୍ଘସ୍ଥାୟୀ ପ୍ରକୃତି ଏବଂ ସଲଫେଟ୍, ପାଣି ଓ କେମିକାଲ୍ ଆକ୍ରମଣ ନିରୋଧି ଗୁଣଧର୍ମ ଯୋଗୁଁ, ଏହାକୁ ସମୁଦ୍ର ଉପକୂଳବର୍ତ୍ତୀ ନିର୍ମାଣ, ବନ୍ଧ, ସାମୁଦ୍ରିକ ଢାଞ୍ଚା, ଅଣ୍ଡରୱାଟର ବ୍ରିଜ୍ ପିୟର୍, ଆଡ଼ିବନ୍ଧ ଏବଂ ପ୍ରତିକୂଳ ପରିବେଶରେ ନିର୍ମାଣ କାର୍ଯ୍ୟରେ ବ୍ୟବହାର କରାଯାଇପାରିବ ।.





ସାରାଂଶ/ଉପସଂହାର

ସିମେଣ୍ଟ ଯୌଗିକ ଗଠନ ପାଇଁ ପୋର୍ଟଲାଣ୍ଡ ସିମେଣ୍ଟ ଦ୍ୱାରା ମୁକ୍ତ ହୋଉଥିବା କ୍ୟାଲସିୟମ୍ ହାଇଡ୍ରକ୍ସାଇଡ୍ ସହିତ ପୋଜ୍ଜୋଲାନିକ୍ ଉପାଦାନ ପ୍ରତିକ୍ରିୟାଶୀଳ ହେଉଥିବା କାରଣରୁ ପିପିସି କଂକ୍ରିଟ୍‌‌ର ଅଭ୍ୟେତା ଏବଂ ଘନତ୍ୱକୁ ବୃଦ୍ଧି କରିଥାଏ । ଏହାକୁ ନିଶ୍ଚିନ୍ତରେ ହାଇଡ୍ରଲିକ୍ ଷ୍ଟ୍ରକ୍ଚର୍, ସାମୁଦ୍ରିକ ନିର୍ମାଣ କାର୍ଯ୍ୟ, ମାସ୍ କଂକ୍ରିଟିଂ ଏବଂ ସେହିଭଳି ଅନେକ ନିର୍ମାଣ କାର୍ଯ୍ୟରେ ବ୍ୟବହାର କରାଯାଇପାରିବ । ଏହା କଂକ୍ରିଟ୍‌‌କୁ ଆଲକାଲି-ଏଗ୍ରିଗେଟ୍ ପ୍ରତିକ୍ରିୟା ବିରୁଦ୍ଧରେ ସୁରକ୍ଷା ଯୋଗାଇଥାଏ ।


Loading....